ଯାନିଯାତ୍ରା ଆଳରେ ଚାଲିଛି ଜୁଆ ଖେଳ: ସୁବର୍ଣ୍ଣପୁରରେ ପୁଲିସ ଜାଣତରେ ଜୁଆଖେଳ ଚାଲୁଥିବା ଅଭିଯୋଗ

85

କନକ ବ୍ୟୁରୋ: ଯାନିଯାତ୍ରା ଆଢୁଆଳରେ ଚାଲିଛି ଜୁଆଖେଳ । ଯାତ୍ରାରେ ଲୋକଙ୍କ ଗହଳି ଭିତରେ ବେଧଡକ ଜୁଆ ଖେଳ ହେଉଛି । ତେବେ ସଂସ୍କୃତି ପାଳିବା ବେଳେ ଜୁଆ ଖେଳ ଯେମିତି ପରମ୍ପରା ପାଲିଟିଯାଇଛି । ସୁବର୍ଣ୍ଣପୁର ପାରମ୍ପରିକ ପ୍ରଥାର ଅପଭ୍ରଂଶ ଘଟି କାଳକ୍ରମେ ଜୁଆଖେଳ ଏକ ବ୍ୟାଧି ପାଲଟି ଯାଇଛି । ଆଉ ଏହାକୁ ଆଧାର କରି ଅନେର ଅସାମାଜିକ ଓ ଅପରାଧିକ କାର୍ଯ୍ୟକଳାପ ଘଟୁଥିଲେ ବି ବର୍ଷ ବର୍ଷ ଧରି ଏହା ଚାଲୁଛି । ବୀରମହାରାଜପୁର ବ୍ଲକ ସୁବଳୟାରେ ଝୁଲଣ ଯାତ୍ରାରେ ଜୁଆଖେଳ ହେଉଛି । ୧୧୭ ବର୍ଷର ପୁରୁଣା ଝୁଲଣ ଯାତ୍ରାରେ ହଜାର ହଜାର ଲୋକଙ୍କ ଭିଡ ଭିତରେ ଖୋଲାଖୋଲି ଜୁଆ ଖେଳ ହେଉଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଏହି ଜୁଆ ଖେଳକୁ ପୁଲିସ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି । ପୁଲିସ ଜାଣତରେ ଅପସଂସ୍କୃତିକୁ ପ୍ରଶୟ ଦିଆଯାଉଛି ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି । ସେପଟେ ଏହି ଘଟଣା ବାବଦରେ କିଛି ନଜାଣିବା ଭଳି ପ୍ରତିକ୍ରିୟା ଦେଇଛନ୍ତି ବୀରମହାରାଜପୁର ଏସଡିପିଓ ।