ବାରମ୍ବାର ହାତ ଆଙ୍ଗୁଠି ଫୁଟାଇବା ଦ୍ୱାରା ହୋଇପାରେ ବଡ଼ ସମସ୍ୟା, ଆଗୁଆ ଜାଣିନିଅନ୍ତୁ..

ଯଦି ଆପଣ ବି ବାରମ୍ବାର ଆଙ୍ଗୁଠି ଫୁଟାଇବାର ଅଭ୍ୟାସ ରଖିଛନ୍ତି । ତେବେ ଶୀଘ୍ର ବଦଳାଇ ଦିଅନ୍ତୁ। କାରଣ ଏହା କରିବା ଦ୍ୱାରା ଆଙ୍ଗୁଠିକୁ ଆରାମ ମିଳିଲେ ବି ହାତ ତଥା ଶରୀର ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ। ଅନେକ ଲୋକ ଏହା ସମ୍ପର୍କରେ ଜାଣିନାହାନ୍ତି। ଆଜି ଆମେ ଭିଡ଼ିଓରେ ଏହା ସମ୍ପର୍କରେ ସମସ୍ତ ତଥ୍ୟ କହିବୁ।

କାମ କରିବା ସମୟରେ ଖାଲି ସମୟ ପାଇଲେ ଆମେ ନିଜ ଶରୀରକୁ ଟିକେ ଦେଖିନେଉ। ହାତ ଗୋଡ଼ ବିନ୍ଧିଲେ ଚେୟାରରୁ ଉଠି ଏପଟ ସେପଟ ହୋଇଯାଉ। କିଛି ଜଣ ଅଛନ୍ତି ଯେଉଁମାନେ ଖାଲିସମୟରେ ହାତ ହାଙ୍ଗୁଠି ଫୁଟାଇବାକୁ ପସନ୍ଦ କରନ୍ତି। କିନ୍ତୁ ଟିକେ ଧ୍ୟାନ ରଖନ୍ତୁ। ଏହାକୁ କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଏହାର ଖରାପ ପ୍ରଭାବ ପଡ଼ିପାରେ। ରିପୋର୍ଟ ଅନୁସାରେ ବାରମ୍ବାର ଆଙ୍ଗୁଠି ଫୁଟାଇବା ଦ୍ୱାରା ହାଡ଼ରେ ସମସ୍ୟା ଆସିପାରେ। ଏଥିରୁ ଆସୁ ଥିବା ସ୍ୱର ହାଡ଼ ଉପରେ ପଡ଼ୁଥିବା ଖରାପ ପ୍ରଭାବ ସମ୍ପର୍କରେ ସୂଚନା ଦିଏ।

ରିପୋର୍ଟ ମୁତାବିକ ଆଙ୍ଗୁଠି ବାରମ୍ବାର ଫୁଟାଇବା ଦ୍ୱାରା ଅର୍ଥରାଇଟିସ୍‌ ସମସ୍ୟା ହୋଇଥାଏ। ପ୍ରକୃତରେ ଆଙ୍ଗଠିର ଜଏଣ୍ଟକୁ ଯେମିତି ଫୁଟାଯାଏ ସେମିତି ଶରୀର ସମସ୍ୟ ଜଏଣ୍ଟ ସ୍ଥାନକୁ ମଧ୍ୟ ଫୁଟାଯାଏ। ଆଉ ଏହି ଜଏଣ୍ଟସରେ ଫ୍ଲୁଇଡ ଭଳି ରହିଥାଏ। ଯେତେବେଳେ ଆପଣ ଆଙ୍ଗୁଠି ଫୁଟାଇ ଥାନ୍ତି ସେତେବେଳେ ଏହି ଫ୍ଳୁଇଡସ୍‌ ରୁ ଗ୍ୟାସ ରିଲିଜ ହୋଇଥାଏ। ଯାହାଫଳରେ ସେଥିରେ ଥିବା ବବଲ୍ସ ମାନେ ଫୋଟକା ମଧ୍ୟ ଫୁଟିଥାଏ। ଏମିତିରେ ଆଙ୍ଗୁଠି ଫୁଟାଇଲେ ଶବ୍ଦ ବାହାରିଥାଏ। ଏମିତିରେ ଅନେକ ଜଏଣ୍ଟ ସ୍ଥାନ ମଧ୍ୟ ଆପେ ଆପେ କିଛି ସମୟରେ ଫୁଟିଥାଏ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଲମ୍ବା ସମୟ ଧରି ଆଙ୍ଗୁଠିକୁ ଫୁଟାଇବା ଦ୍ୱାରା ହାଥର ଗ୍ରିପ ଷ୍ଟ୍ରେନ୍ଥ ଉପରେ ପ୍ରଭାବ ପଡ଼ିଥାଏ। ପରେ ହାତରେ ଦର୍ଜ ହୋଇଯାଏ। ଏମିତିରେ ଜଏଣ୍ଟ ସ୍ଥାନ ଦୁର୍ବଳ ହୋଇଯାଏ। ଏମିତିରେ ଯଦି ଆପଣଙ୍କ ଆଙ୍ଗୁଠି ଦର୍ଜ ହେଉନାହିଁ ତେବେ ଠିକ ଅଛି। ଆଉ ଯଦି ଯନ୍ତ୍ରଣା ହୁଏ ତେବେ ଅର୍ଥରାଇଟିସ୍‌ ର ସମସ୍ୟା ହୋଇପାରେ। ତେଣୁ ସାବଧାନ ରୁହନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.