ଲକ୍ଷାଧିକ ଟଙ୍କାର ଆକାଶିଆ ଗଛ କାଟିନେଲେ କାଠ ମାଫିଆ

କେନ୍ଦ୍ରପଡ଼ା(କେ ନ୍ୟୁଜ):  ୨୫ରୁ ଅଧିକ ଗଛ କାଟିନେଲେ କାଠ ମାଫିଆ । କେନ୍ଦ୍ରପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ନରସିଂହପୁର ପଞ୍ଚାୟତରେ ମାଫିଆମାନେ ଲକ୍ଷାଧିକ ଟଙ୍କାର ଆକାଶିଆ ଗଛ କାଟି ନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ଅଇନିପଡ଼ାଠାରୁ ନରସିଂହପୁର ଯାଏଁ ରାସ୍ତାର ଦୁଇ ପାର୍ଶ୍ୱରେ ସରକାରଙ୍କ ପକ୍ଷରୁ ୨୦୧୩ ମସିହାରେ ବନୀକରଣ କରାଯାଇଥିଲା । ବନ ବିଭାଗର ବିନା ଅନୁମତିର ଗଛ କଟାଯାଇଛି । ସ୍ଥାନୀୟ ଆରଆଇଙ୍କ ଜାଣତରେ ମାଫିଆମାନେ ଗଛ କାଟି ନେଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଏନେଇ ଆର.ଆଇଙ୍କୁ ଫୋନରେ ଯୋଗାଯୋଗ କରିବାରୁ ସେ ଶୁଖିଲା କାଠ, ଛୋଟ ଗଛ କହି ସଫେଇ ଦେଇଥିଲେ ।

ଗଛ ଗୁଡ଼ିକ ବଡ଼ ନୁହେଁ ବରଂ ଛୋଟ ବୋଲି କହି ସଫେଇ ଦେଇଛନ୍ତି । ଏନେଇ ତହସିଲଦାର କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଥିଲେ । ତେବେ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟପଟେ ଗ୍ରାମବାସୀମାନେ ଆର.ଆଇଙ୍କ କାର୍ଯ୍ୟକଳାପ ବିରୋଧରେ ତହସିଲଦାର ଓ ବନବିଭାଗ ନିକଟରେ ଅଭିଯୋଗ କରିଛନ୍ତି । ନ୍ୟାୟ ନମିଳିଲେ ଥାନାର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.