Nojoto: Largest Storytelling Platform

ଭାରି ଭଲ ଲାଗେ ଭାରି ଭଲ ଲାଗେ ଛୁଆ ବେଳ ଖେଳ ଭାରି ଭଲ ଲାଗ

ଭାରି ଭଲ ଲାଗେ

ଭାରି ଭଲ ଲାଗେ ଛୁଆ ବେଳ ଖେଳ
ଭାରି ଭଲ ଲାଗେ ଆଖି ବୁଜିବା
ଭାରି ଭଲଲାଗେ ବୋହୁଚୋରି ଖେଳ
ଭାରି ଭଲଲାଗେ ଟିକେ ଲୁଚିବା ।

ଭାରି ଭଲଲାଗେ ଛୁଆବେଳେ ଯେବେ
ଅଝଟିଆ ହୁଏ ଖାଇବା ପାଇଁ
ବୁଲେଇ ବୁଲେଇ ବୋଉ ଖୋଇଦିଏ
ବାପାଙ୍କ ପାଖରୁ ଗାଳି ଶୁଣଇ।

ଭାରି ଭଲଲାଗେ ଛୁଆ ବେଳେ ଯେବେ
ଦୁଷ୍ଟ ମୁଁ ହୁଅଇ ଜେଜୀ ମା ଆସି ଗପ କହିବା
ରାଜା ରାଣୀ ଆଉ ପରୀ ଗପ କହି
ମାଆ ମୋ ମନକୁ ବୁଝାଇ ଦେବା ।

ଭାରି ଭଲ ଲାଗେ ଛୁଆ ବେଳେ ଯେବେ
ପାଠ ପଢୁ ପଢୁ ଘୁମେଇ ଯିବା
ବୋଉ ଆସିକରି ମୁହଁ ଧୋଇ ଦେଇ
ପାଠ ପଢିବାକୁ ଉସୁ କାଇବା ।

ଭାରି ଭଲ ଲାଗେ ଛୁଆ ବେଳେ ଯେବେ
ବଡି ଅନ୍ଧାରରୁ ସ୍କୁଲ ଯିବା
ପ୍ରଥମେ ପହଞ୍ଚି ବ୍ୟାଗ୍ ଥୋଇଦେଲେ
ଆଉ ନଥାଏ ମାଡ ଖାଇବା ।

ମମତା ମଞ୍ଜରୀ ଦାସ ,କଟକ #Dosti
ଭାରି ଭଲ ଲାଗେ

ଭାରି ଭଲ ଲାଗେ ଛୁଆ ବେଳ ଖେଳ
ଭାରି ଭଲ ଲାଗେ ଆଖି ବୁଜିବା
ଭାରି ଭଲଲାଗେ ବୋହୁଚୋରି ଖେଳ
ଭାରି ଭଲଲାଗେ ଟିକେ ଲୁଚିବା ।

ଭାରି ଭଲଲାଗେ ଛୁଆବେଳେ ଯେବେ
ଅଝଟିଆ ହୁଏ ଖାଇବା ପାଇଁ
ବୁଲେଇ ବୁଲେଇ ବୋଉ ଖୋଇଦିଏ
ବାପାଙ୍କ ପାଖରୁ ଗାଳି ଶୁଣଇ।

ଭାରି ଭଲଲାଗେ ଛୁଆ ବେଳେ ଯେବେ
ଦୁଷ୍ଟ ମୁଁ ହୁଅଇ ଜେଜୀ ମା ଆସି ଗପ କହିବା
ରାଜା ରାଣୀ ଆଉ ପରୀ ଗପ କହି
ମାଆ ମୋ ମନକୁ ବୁଝାଇ ଦେବା ।

ଭାରି ଭଲ ଲାଗେ ଛୁଆ ବେଳେ ଯେବେ
ପାଠ ପଢୁ ପଢୁ ଘୁମେଇ ଯିବା
ବୋଉ ଆସିକରି ମୁହଁ ଧୋଇ ଦେଇ
ପାଠ ପଢିବାକୁ ଉସୁ କାଇବା ।

ଭାରି ଭଲ ଲାଗେ ଛୁଆ ବେଳେ ଯେବେ
ବଡି ଅନ୍ଧାରରୁ ସ୍କୁଲ ଯିବା
ପ୍ରଥମେ ପହଞ୍ଚି ବ୍ୟାଗ୍ ଥୋଇଦେଲେ
ଆଉ ନଥାଏ ମାଡ ଖାଇବା ।

ମମତା ମଞ୍ଜରୀ ଦାସ ,କଟକ #Dosti