fbpx
BSKY
BJD MC SKY
BJD MS SKY

(Video) କରମଣ୍ଡଳ ଟ୍ରେନ ଦୁର୍ଘଟଣା: ମୋ ସହ ୫ ଭାଇ, ୧ ଭଉଣୀ ଓ ମା’ ଥିଲେ; ମିଳୁ ନାହାନ୍ତି: ଯାତ୍ରୀ

ବାଲେଶ୍ୱର: ବାଲେଶ୍ୱର ଟ୍ରେନ ଦୁର୍ଘଟଣାରେ ବୃଦ୍ଧି ପାଇବାରେ ଲାଗିଛି ମୃତ୍ୟୁସଂଖ୍ୟା । ଲଗାତାର ଦୁଇଟି ଟ୍ରେନ ଧକ୍କା ହେବାରୁ ଦୁର୍ଘଟଣା ସ୍ଥଳରେ ମୃତାହତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଦୁର୍ଘଟଣା ସ୍ଥଳରେ ବର୍ତ୍ତମାନ ଶୋକାକୁଳ ପରିବେଶ ସୃଷ୍ଟି ହୋଇ ଯାଇଛି । ତେବେ ଏହାରି ମଧ୍ୟରେ ତାମିଲନାଡୁର ଜଣେ ମହିଳା ଯାତ୍ରୀ ନିଜ ପରିବାରକୁ ଖୋଜି ଦୁଃଖରେ ଭାଙ୍ଗି ପଡିଛନ୍ତି ।

ସେ କହିଛନ୍ତି ଯେ, ଟ୍ରେନରେ ତାଙ୍କ ସହ ତାଙ୍କର ୫ ଜଣ ଭାଇ, ଜଣେ ଭଉଣୀ ଏବଂ ମା’ ଯାତ୍ରା କରୁଥିଲେ । କିନ୍ତୁ ଟ୍ରେନରେ ସେମାନେ ଶୋଇ ପଡିଥିବା ବେଳେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ଦୁର୍ଘଟଣାରେ ସମସ୍ତେ କେଉଁଆଡେ ଛିଟିକି ପଡିଥିଲେ । ସମସ୍ତଙ୍କୁ ଖୋଜି ପାଇଥିଲେ ମଧ୍ୟ ସେମାନେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଦୁର୍ଘଟଣା କିପରି ଏବଂ କାହିଁକି ହେଲା ସେ ଜାଣି ପାରି ନାହାନ୍ତି ବୋଲି କାନ୍ଦି କାନ୍ଦି ପ୍ରକାଶ କରିଛନ୍ତି । ଦେଖନ୍ତୁ ପରିବାର ଲୋକଙ୍କୁ ଖୋଜି ଖୋଜି ସେ କ’ଣ କହୁଛନ୍ତି ।

Get real time updates directly on you device, subscribe now.