nua o banner

ହରଭଙ୍ଗାରେ ଔଷଧ ଦୋକାନ ସିଲ କଲା ପ୍ରଶାସନ

BSKY banner  750×100

ହରଭଙ୍ଗା:ମୃତ କରନା ସଂକ୍ରମିତ ଶିକ୍ଷକଙ୍କ ସଂସ୍ପର୍ଶରେ ଆସିଥିବା ଜଣେ ସଂପକୀୟଙ୍କ ଔଷଧ ଦୋକାନକୁ ହରଭଙ୍ଗା ତହସିଲଦାର ଶମ୍ଭୁଭୂଷଣ ମିଶ୍ରଙ୍କ ନିର୍ଦେଶରେ ହରଭଙ୍ଗା ପୁଲିସ ଉପସ୍ଥିତିରେ ସୋମବାର ସିଲ କରାଯାଇଛି। ସୂଚନା ଅନୁଯାୟୀ ଗତକାଲି ହରଭଙ୍ଗା ବ୍ଲକ ଧଳପୁର ମେଡ଼ିକାଲ ବସ୍ତିର କୁମ୍ଭମେଲା ଫେରନ୍ତା ସଂସ୍କୃତ ଶିକ୍ଷକ ସୁନୀଲ ଦାଶଙ୍କ ମୃତ୍ୟୁ ଘଟିଥିଲା ମୃତ ଶିକ୍ଷକଙ୍କ କରୋନା ରିପୋର୍ଟ ପଜିଟିଭ ଥିଲା। ମାମୁଁଙ୍କ ମୃତ୍ୟୁ ଖବର ପାଇ ହରଭଙ୍ଗା ମେଡିକାଲ ସାହିର ସୁରେନ୍ଦ୍ର ପଣ୍ଡା ଧଳପୁର ପହଞ୍ଚିଥିଲେ। ମୃତ ଶିକ୍ଷକଙ୍କ ସଂସ୍ପର୍ଶରେ ଆସିଥିବାରୁ ତାଙ୍କ ଔଷଧ ଦୋକାନକୁ ଆଜି ସିଲ କରାଯାଇଛି। କରୋନା ରିପୋର୍ଟ ନେଗେଟିଭ ଦେଖାଇବାପରେ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି।ଆଜି ଦୋକାନ ସିଲ ସମୟରେ ହରଭଙ୍ଗା ଆଇଆଇସି ଆର ସୁବ୍ରମଣୀୟମ , ଏ ଏସଆଇ ପ୍ରାଣବନ୍ଧୁ ସାହୁ ପ୍ରମୁଖ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ।

Comments are closed.