ପାଳଙ୍ଗ ଶାଗ ଇଟିଲି
ଇଟିଲି ଚାଉଳ ଏବଂ କଳା ମସୁର ଡାଲିରୁ ତିଆରି । ପ୍ରତ୍ୟେକ ଇଟିଲିରେ ପ୍ରାୟ ୩୯ଗ୍ରାମ କ୍ୟାଲୋରୀ, ୨ ଗ୍ରାମ ପ୍ରୋଟିନ୍, ୨ ଗ୍ରାମ ଡାଏଟାରୀ ଫାଇବର, ୮ ଗ୍ରାମ କାର୍ବୋହାଇଡ୍ରେଟ୍ ଥାଏ । ଏହି ତଥ୍ୟ ସ୍ପଷ୍ଟ ଭାବରେ ଦର୍ଶାଏ ଯେ ଇଟିଲି ବହୁତ ପୁଷ୍ଟିକର ଅଟେ । ଏହାର ଅନନ୍ୟ ଗୁଣ ଯୋଗୁଁ ଏହା ମଧୁମେହ ଖାଦ୍ୟ ଭାବରେ ମଧ୍ୟ ବିବେଚନା କରାଯାଏ । ଏହା କ୍ୟାଲୋରୀରେ କମ୍ ଏବଂ ଡାଏଟାରୀ ଫାଇବର, ଆଇରନ୍, କ୍ୟାଲସିୟମ୍, ପ୍ରୋଟିନ୍ ଏବଂ ଅନ୍ୟାନ୍ୟ ଖଣିଜ ପଦାର୍ଥରେ ଭରପୁର । ଚର୍ବିମୁକ୍ତ, ଓଜନ ହ୍ରାସ ପାଇଁ ଆପଣ ପାଳଙ୍ଗ ଇଟିଲି ମଧ୍ୟ ବ୍ୟବହାର କରିପାରିବେ । ସୁସ୍ଥ ଏବଂ ଉଜ୍ଜ୍ୱଳ ଚର୍ମ ପାଇଁ, ସ୍ପାଇନାଚ୍ ଇଡଲି ଖାଆନ୍ତୁ ।
ସାମଗ୍ରୀ :-
ଇଟିଲି ପିଠଉ- ୧/୨ କେଜି, କଟା ସ୍ପାଇନାଚ୍ ବା ପାଳଙ୍ଗ ଶାଗ- ୨ କେଜି, ୧ ଇଞ୍ଚ ଗ୍ରେଟେଡ୍ ଅଦା, ୧ କିମ୍ବା ୨ଟି କଟା କଞ୍ଚାଲଙ୍କା, ତେଲ ଆବଶ୍ୟକ ଅନୁସାରେ, ଲୁଣ ଆବଶ୍ୟକ ଅନୁସାରେ ।
ପ୍ରଣାଳୀ :-
ସ୍ପାଇନାଚ୍ ବା ପାଳଙ୍ଗ ଶାଗକୁ ଭଲ ଭାବେ ଧୋଇ କାଟିଦିଅନ୍ତୁ । ଏବେ ଏହାକୁ ଗରମ ପାଣିରେ ସିଝାଇ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଥଣ୍ଡା ହେବା ପରେ ଏହାକୁ ଗ୍ରାଇଣ୍ଡରରେ ପେସି ଦିଅନ୍ତୁ । ଏକ ପାତ୍ରରେ ଇଡ଼ଲି ପିଠଉ , ପାଳଙ୍ଗ ମିକ୍ସ , ଗ୍ରେଟେଡ୍ ଅଦା ଓ କଟା କଞ୍ଚାଲଙ୍କା ମିଶାଇ ଦିଅନ୍ତୁ । ତାପରେ ଏହାକୁ ୫ ମିନିଟ ଛାଡିଦିଅନ୍ତୁ । ଇଡ଼ଲି ଛାଞ୍ଚରେ ଭଲ ଭାବେ ତେଲ ଲଗାଇ ଏହି ମିଶ୍ରଣ କୁ ଢାଳି ଷ୍ଟିମ ପାଇଁ ବସାଇ ଦିଅନ୍ତୁ । ଇଡ଼ଲି ୧୫ ରୁ ୧୭ ମିନିଟ ସିଝିବା ପରେ ବାହାର କରିଦିଅନ୍ତୁ । ଏହା ପରେ ଗରମା ଗରମ ସ୍ୱାଦିଷ୍ଟ ଏବଂ ନରମ ଇଟିଲି ପ୍ରସ୍ତୁତ ହୋଇଯିବ । ଏହାକୁ ମସଲାଯୁକ୍ତ ନଡ଼ିଆ ଚଟଣି କିମ୍ବା ଅନ୍ୟ କୌଣସି ମସଲାଯୁକ୍ତ କଦଳୀ ସହିତ ଗରମ ପରଶନ୍ତୁ ।